~ ଚିରସ୍ରୋତା ~

କେବେ ତାର ଆରମ୍ଭ ଯେ
କେବେ ପୁଣି ଶେଷ
କିଏ ଦେଖିଅଛି ରୂପ
କେ କରେ ବିଶ୍ୱାସ!

ଉଜାଣି ସେ ନଦୀ ବହେ
ସମୟର ସ୍ରୋତେ
ନ ଥାଏ ବନ୍ୟାର ଦାଉ
ତଥାପି ବି, କୂଳ ଖାଏ କେତେ!

ଦଦରା ନାଆ ଭସାଏ
ଆହୁଲାଏ ମାରି
ପାଦେ ପାଦେ ଗଣ୍ଡ ଥାଏ
ଖେଳୁଛି ଭଉଁରୀ!

ଚିରସ୍ରୋତା ନଦ ଥିଲା
ନଦୀ ଖରସ୍ରୋତା
ସାଗର ଜୁଆର ଆଣି
କଲା ଅନୁରିକ୍ତା..!

~ ଏମିତି କଣ ହୁଏ ~

ଏମିତି କଣ ହୁଏ
ପ୍ରତିଟି ଅନ୍ତରଙ୍ଗ ନିଶ୍ୱାସ
ଜମାଟ ବାନ୍ଧିଥିବା ବରଫକୋହକୁ
ତତଲା ନିଆଁ ପରି ତରଳାଇ ପାରେ
ଏମିତି କଣ ହୁଏ
କାନ ତଳ ଉଷୁମ ସେ ଶବ୍ଦ ସବୁ
ଧାର ଧାର ପାଣି ପରି
କେବେ କଣ ରୂପାନ୍ତର ହୁଏ
କଥା ଥାଇ ସରେ ନାହିଁ
କହି ପୁଣି କହେ ନାହିଁ
ଖସି ଚାଲି ଯାଉଥିବା
ସମୟକୁ ରୋକି କିଏ ପାରେ
ଏମିତି କଣ ହୁଏ…!!

~ ହିସାବ ~

ଏବେ ଯାଏ ଅର୍ଜିଥିବା ସବୁ
ଏକାଠି କରି
ତଉଲିବା ପରେ ବି
ତୋ ଭାର ହିଁ ତଳକୁ ରହିଲା,
କିଛି ତ ହିସାବ ବାକି ଥିଲା,
କାହିଁକିକୁ ଖୋଜି ଖୋଜି
ନିକିତି ପରଖୁ ପରଖୁ
ସବୁ ଯାକ ଭଲ ପାଇବା
ଦେଖେ ତୋ ପାଖେ ହିଁ ଥିଲା…!!

~ Time ~

Why the time is so slow
Slower than a snail 
Or a winter cloud
Never moving an inch
Like someone paused it
The endless persistency 
Killing me softly
Days are okay
But nights are never-ending
Giving me nightmares
And chilling down the bones..!

~ ପୁଣି ତୁ ~

ତୁ ଆମାବାସ୍ୟାର ଚନ୍ଦ୍ର
ତୁ ପୁନେଇଁର ଅନ୍ଧାର
ନାହିଁ ତୋର ଅସ୍ତିତ୍ବ
ତଥାପି ବି ଆଶା
ତୁ ପୁଣି
ବିରହର ଗୁମୁରା ଆଳାପ
ବୈଧବ୍ୟର କରୁଣ ବିଳାପ
ଅସୀମର ସୀମା ତୁ
ଅନନ୍ତର ଅନ୍ତ ତୁ
ନହୁଏ ତୁଳନା ଯାର
ନଥାଏ କଳନା ତୋର
ଛଳନାରେ ବନ୍ଧା
ଆସକ୍ତିର ଇତି ତୁ
ପ୍ରେମର ବିରକ୍ତି ତୁ
ତୁ ପୁଣି ଗୋଧୂଳିର ଦିଗ
ଫଗୁଣର ରଙ୍ଗ
ପବନର କୋଳେ ଉଡୁ
ତୁ ଯୋଜନଗନ୍ଧା..!

~ ପୁଣି ସେଇ ସନ୍ଧ୍ୟା ~

ଆଜି ପୁଣି ସନ୍ଧ୍ୟା ଆସିଛି
ତାଳ ଗଛ ଧାରେ,
ଜହ୍ନ ବି ଉଇଁଛି
ମଗୁଶିର ଛାଇ ଅନ୍ଧାରରେ,
କାକର ମାଖି
ଘାସ ଫୁଲ ଆଜି ପୁଣି ଫୁଟିଛି,
ଚଢ଼େଇ ହଳକ ଥଣ୍ଟ ଘଷି ଘଷି
ଆମ କଥା କହିଲା ବେଳେ
ପୁଣି ଥରେ ତୋ ମୁହଁ ଦେଖି
ଜହ୍ନ ଆଜି ବି ଲାଜେଇଛି..!💞

~ ଜୀବନ୍ୟାଶ ~

ରୂପର ସହରରେ
ସେଦିନର ଚର୍ଚ୍ଚା ଥିଲା
ତୁମେ ବୋଧେ ଆସିଥିଲ
ନିଶ୍ୱାସ ମୋ ହଜିଥିଲା,
ଗହଳିର ସମୁଦ୍ରରେ
ଚମକିଲା ମୁକ୍ତାଟିଏ
ଅପ୍ରାପ୍ତିର ନଜରଟେ
ପୁଣି କଡ଼ ଲେଉଟିଲା,
ନିରାଶାର ପ୍ରେରଣାରେ
ହତ ଶିଳ୍ପକାର ହାତେ
ଅଧଗଢ଼ା ମୂର୍ତ୍ତିଟିଏ
ଜୀବନ୍ୟାଶ ପାଇଥିଲା,
ଚେନାଏ ସ୍ମୃତିର ଗାର
ତୁମ ଓଠ ଦୁଇ କୋଣେ
ଦପ ଦପ ଚାରି ଆଖି
ପୁଣି ଯେ ଝଲସି ଥିଲା…!

~ ଶେଫାଳି ~

ସଞ୍ଜ ପହଞ୍ଚିଲେ ଗୋଧୂଳି ଶେଷେ
ଅନ୍ଧକାର ସାଥିରେ ରାତି ଆସେ
ଆଉ ତା ପରେ, ଆସ ତୁମେ!
ଅଗଣା ମହକେ ରାତି ମହକେ
ତୁମ ସୁରଭିରେ ଦୁନିଆ ବାସେ
ଅବଶ ମନରେ ପ୍ରେୟସୀ ପାଶେ
ଅଳସୀ ଆଖିରେ କିମିଆଁ କଷେ,
ପାଚେରୀ କଡ଼ରୁ ଶେଫାଳି ହସେ।
ପାହାନ୍ତି ଆକାଶେ ତାରା ଉଦାଶେ
ଯାମିନୀ ନରମି ଆଲୁଅ ଭାସେ
ଆଉ ତା ପରେ,
ଝରିଯାଏ ଶେଫାଳି…!

#ଶେଫାଳି #ଗଙ୍ଗଶିଉଳି

Bandana (ବନ୍ଦଣା): A unique festival of North Odisha

‘Bandana’ is a harvest festival celebrated by Kudumis of North Odisha, Jharkhand, West Bengal and Assam for three days during #Deepavali.

Derived from ‘ବନ୍ଦାଣ‘ which is transliterated to Doing Aarti, in Bandana Kudumis worship their cattle with great enthusiasm in the cattleshed itself, which is also known as ‘Guhal Puja’.

On the eve of Deepavali, the cattle are freshly washed and then applied oil and sindoor on their horns. Some decor them with flowers and clothes. All the agricultural equipments are also washed and decorated.

On the day of Deepavali all the cattle of the village are gathered together in the afternoon. Gotha/Gothani Puja is celebrated on the field where all the cattle are taken for grazing everyday. There an egg is placed in the middle of the field and all the cattle are directed towards it by the villagers. Which cow or bullock breaks the egg is crowned by the villagers and the owner arranges a feast for the villagers with meat/chicken and rice. Leta (ଲେଟ) is also a unique recipe made up of chicken and rice flour mixed together, which is served during this.

The next morning all villagers go on a procession dancing to the tunes of Madala and Jhumar songs (folk song from North Odisha) and go to each house of the village. This ritual is known as Dhinguan.

Dhinguan on Bandana parab

After the Dhinguan ritual is completed, all the villagers return to their respective houses. Women of the house make a temporary earthen stove inside the cattleshed. They make Pithas (Sweets) there and offer the very first ones to the cattle. This ritual is known as Guhal Puja.

The festival is celebrated as a way to thank the cattle for helping in farming and to welcome the newly harvested paddy back home.

Woman worshipping cattle

Budi/Budhi Bandana (ବୁଡ଼ି/ବୁଢ଼ୀ ବନ୍ଦଣା) celebrated on the last day of the three day festival. This is specifically dedicated to the elder ones of the family.

In some places after all rituals are done cultural programs are arranged by the villagers and people dance on folk songs on the beats of Madala. With that this unique festival comes to an end.

Picture credit & Info: Kamal Lochan/Twitter, Jyotiranjan Mahanta, Google

~ ମରୁ ଝର ~

କେବେ ଥରେ ହଜିଥିଲି
ତୋ ଆଖିର ମରୁଝରେ
ଆଜି ହୁଏ ବାଟବଣା
ଗହଳିର ରେଣୁପରେ,


ସଶ୍ରଦ୍ଧାର ବୋକ ସେଇ
ଯାଏ ଯେବେ ଦେହ ଛୁଇଁ
ପୁରୁଣା ପୃଷ୍ଠାର ଦେହେ
ବହେ ଅଙ୍କାବଙ୍କା ନଈ,


ହୁଏତ ସେ ପ୍ରୀତି ନାହିଁ
ତଥାପି ବି ଇତି ନାହିଁ
ପୁନେଇଁର ଜହ୍ନ ସତେ
ଜ୍ୟୋତ୍ସ୍ନାର ବିରତି ନାହିଁ,


ଅମରତ୍ୱ ଆଶା କରେ
ଜରା ବି ନିରାଶା ଭରେ
ଅବା ପୁଣି ଜିଇଁ ରହେ
ଆୟୁଷ ପୁରିଲା ପରେ!